Odisha Link
Bridging the Missing Links in Odisha

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଆଖିବୁଜିଲେ ଦୁଇ ଛାତ୍ର

ଓଏଲ୍‌ ବ୍ୟୁରୋ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ମୟୂରଭଞ୍ଜ-ବାରିପଦା ସଦର ଥାନା ଅନ୍ତର୍ଗତ ହେମଚନ୍ଦ୍ରପୁର ୱାର୍ଡ ନଂ ୨୭ରେ ଅଘଟଣ ହୋଇଛି। ଗଣେଶ ମୂର୍ତ୍ତି ଭସାଣ ବେଳେ ସୁବର୍ଣ୍ଣରେଖା କେନାଲରେ ୪ଜଣ ଛାତ୍ର ଭାସି ଯାଇଥିଲା। ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀ ପ୍ରଥମେ ୨ଜଣଙ୍କୁ ଉଦ୍ଧାର କରିଥିଲେ। ପରେ ନିଖୋଜ ୨ ଜଣଙ୍କୁ ଖୋଜାଖୋଜି କରିଥିଲେ। ଅନେକ ଖୋଜାଖୋଜି ପରେ ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି।