ମହଙ୍ଗା ମାଡ଼: ଚିନ୍ତା ବଢ଼ାଇଲା ଖାଇବା ତେଲ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଆଳୁ, ପିଆଜ ସଙ୍କଟ ପରେ ଏବେ ଚିନ୍ତା ବଢ଼ାଇଛି ଖାଇବା ତେଲ। ହୁ ହୁ ହୋଇ ବଢୁଛି ଜରୁରୀ ସାମଗ୍ରୀର ଦାମ। ପାମୋଲିନ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ ତେଲ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ହୋଇଛି। ଶୁଳ୍କ ବୃଦ୍ଧି ଫଳରେ ଖୁଚୁରା ବଜାରରେ ବିଭିନ୍ନ ପ୍ରକାର ଖାଇବା ତେଲ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି।
ଦିନକ ତଳେ ସୋରିଷ ତେଲ ଦର ଲିଟର ପିଛା ୧୪୦ ଟଙ୍କା ଥିବାବେଳେ ଆଜି ଏହା ୧୬୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ବିଭିନ୍ନ ପ୍ରକାର ରିଫାଇନ ତେଲ ପୂର୍ବରୁ ଲିଟର ପିଛା ୧୦୮ ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ବିଭିନ୍ନ ସ୍ଥାନରେ ୧୨୦ରୁ ୧୩୦ ଟଙ୍କା ଭଳି ଉଚ୍ଚଦାମରେ ବିକ୍ରି ହେଉଛି। ଆମଦାନୀ ଶୁଳ୍କ ବୃଦ୍ଧିର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ସିଧାସଳଖ ପଡ଼ିଛି।ଯାହା ଏବେ ସାଧାରଣ ଖାଉଟିର ଚିନ୍ତାର ବିଷୟ ପାଲଟିଛି।