Odisha Link
Bridging the Missing Links in Odisha

ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ବାରିପଦା ବେତନଟୀ ଥାନା କାଠପାଳ ଚେକ୍‌ଡ୍ୟାମ୍‌ରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଦୁଇ ଆଇଟିଆଇ ଛାତ୍ରଙ୍କ ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି।

ସୂଚନା ଅନୁସାରେ, ବିଶ୍ବକର୍ମା ପୂଜା ସାରିବା ପରେ ମୂର୍ତ୍ତି ବିସର୍ଜନ ପାଇଁ କାଠପାଳ ଚେକ୍‌ଡ୍ୟାମ୍‌କୁ ଯାଇଥିଲେ। ହେଲେ କିଛି ସମୟ ମଧ୍ୟରେ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ କରୁ କରୁ ହଠାତ ୨ ଛାତ୍ର ବୁଡି ଯାଇଥିଲେ। ପରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲା । ଶେଷରେ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।