Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବୁଲ୍‌ଡୋଜର ଆକ୍ସନ ଉପରେ ଲାଗିଲା ରୋକ

ଓଏଲ୍‌ ବ୍ୟୁରୋ: ବୁଲ୍‌ଡୋଜର ଆକ୍ସନକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଦେଶବ୍ୟାପୀ ଅକ୍ଟୋବର ୧ ପର୍ଯ୍ୟନ୍ତ ଭଙ୍ଗା ଯାଇ ପାରିବନି କୋଠାବାଡ଼ି। ବୁଲ୍‌ଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଛନ୍ତି। କୋର୍ଟଙ୍କ ବିନା ଅନୁମତିରେ କୌଣସି ନିର୍ମାଣ ଭଙ୍ଗାଯାଇପାରିବନି। ସର୍ବସାଧାରଣ ରାସ୍ତା ଉପରେ ବେଆଇନ୍ ନିର୍ମାଣ କ୍ଷେତ୍ରରେ ରୋକ୍‌ ଲାଗୁ ହେବନି ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଗୁଜରାଟର ବେଆଇନ୍ ନିର୍ମାଣ କ୍ଷେତ୍ରର ଏକ ମାମଲାକୁ ନେଇ ସୁପ୍ରିମ କୋର୍ଟ ଶୁଣାଣି କରିଛନ୍ତି। ଏହା ପରେ ବୁଲ୍‌ଡୋଜର ଆକ୍ସନ ଉପରେ ରୋକ ଲଗାଇଛନ୍ତି।