ଆଜି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୨ଟା ସୁଦ୍ଧା ୧୦୦୦ ଜଣ ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜୀକରଣ କରି ସାରିଛନ୍ତି। ଏମାନେ ସମସ୍ତେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ଜଣାଇବେ।
ସୂଚନାଯୋଗ୍ୟ ଯେ, ଏଥର ଜନ ଅଭିଯୋଗ ଶୁଣାଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବଦଳରେ ନିକଟରେ ଥିବା ସରକାରୀ ବାସଗୃହ (କ୍ୱାର୍ଟର ନଂ-ଭିଆଇଆଇଆଇଏମ୍ ଆର ନମ୍ୱର-୪)ରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପାଇଁ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କୁ ରାଜୀବ ଭବନରୁ ଅଳ୍ପ ଦୂରରେ ଥିବା ଜଳ ଭବନ (ୱାଟକୋ କାର୍ଯ୍ୟାଳୟ) ପାର୍ଶ୍ୱରେ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଉଦ୍ଦିଷ୍ଟ ଗେଟ୍ ନଂ-୧ରେ ଆସିବାକୁ ପଡ଼ିବ। ଅଭିଯୋଗ ଶୁଣାଣି ସ୍ଥଳରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।