Odisha Link
Bridging the Missing Links in Odisha

ଉଚ୍ଚଶିକ୍ଷା ବିଭାଗକୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଚିନ୍ତା, ୭ ଦିନ ମଧ୍ୟରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଅଭିଯୁକ୍ତ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି। ବିଶ୍ୱବିଦ୍ୟାଳୟ ଆଇସିସି ସୁପାରିଶ ଆଧାରରେ ନିଷ୍ପତି ନିଆଯାଇଛି। ବାଣୀବିହାରରେ ଛାତ୍ରୀଙ୍କୁ ନିର୍ଯାତନା ପରେ ଉଚ୍ଚଶିକ୍ଷା ବିଭାଗ ସଜାଗ ହୋଇଛି।

ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରହିବ। ଏନେଇ ସବୁ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଆଇସିସି ନେଇ ଆସନ୍ତା ୩୦ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଶ୍ୱବିଦ୍ୟାଳୟ କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି।