Odisha Link
Bridging the Missing Links in Odisha

ସମୁଦ୍ରରେ ଅଟକିଲା ବୋଟ୍, ଫସିଲେ ୧୪ ମତ୍ସ୍ୟଜୀବୀ

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପାଇଁ ସବୁଠି ସମସ୍ୟା ସୃଷ୍ଟି ହୋଇଛି। ଏସବୁ ଭିତରେ ପାରାଦୀପ ମହାନଦୀ ମୁହାଣରେ ୧୪ ମତ୍ସ୍ୟଜୀବୀ ଫସି ରହିଥିବା ଜଣା ପଡିଛି। ଗୋଟିଏ ବୋଟ୍‌କୁ ଉଦ୍ଧାର ପାଇଁ ଯାଇ ଆଉ ଏକ ବୋଟ୍ ଫସି ରହିଛି। ଅଚଳ ବୋଟ୍‌କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡି ପଡିଥିଲା। ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଉଦ୍ଧାରକାରୀ ବୋଟ୍ ଫସି ଯାଇଛି। ଫସିଥିବା ୨ଟି ବୋଟ୍‌କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡ ଉଦ୍ୟମ ଆରମ୍ଭ କରିଛି।