Odisha Link
Bridging the Missing Links in Odisha

ଜଳିଗଲା ବାଇକ୍: ଜୀବନ୍ତ ଜଳିଗଲେ ଚାଳକ, ପରିଚୟ ଅସ୍ପଷ୍ଟ

ଓଏଲ୍‌ ବ୍ୟୁରୋ: ବୀରମିତ୍ରପୁରରେ ଘଟିଥିବା ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି। ବୀରମିତ୍ରପୁର ପୁଳପାଣି ରାସ୍ତାରେ ଦୁଇ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ବାଇକ ଜଳିଯାଇଥିବାବେଳେ ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଜଣଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୨ ଗୁରୁତର ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ଗ୍ରସ୍ତ ୩ ଜଣଙ୍କ ପରିଚୟ ମିଳିନି।