Odisha Link
Bridging the Missing Links in Odisha

ବୁର୍ଲା ଭୀମସାରରେ ଗଣ୍ଡଗୋଳ, ହାଉସ୍‌ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଓଏଲ୍ ବ୍ୟୁରୋ: ଶିକ୍ଷାନୁଷ୍ଠାନରେ ପୁଣି କଳି। ବୁର୍ଲା ଭୀମସାରରେ ୨ ଛାତ୍ର ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ହୋଇଥିବା ଜଣା ପଡିଥିବାବେଳେ ହାଉସ୍‌ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ୍‌ ହୋଇଥିବା ଖବର ସାମ୍ନାକୁ ଆସିଛି। ୟୁଜି ଛାତ୍ର ସଂଘ ବାର୍ଷିକୀ ଉତ୍ସବରେ ଇଣ୍ଟର୍ନ ଛାତ୍ରଙ୍କୁ ପିଜି ଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ସଂଘର୍ଷରେ ୩ ଜଣ ଇଣ୍ଟର୍ନ ଛାତ୍ର ଆହତ ହୋଇଛନ୍ତି।

ହାଉସ୍‌ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ୍‌ ପରେ ହାଉସ୍‌ ସର୍ଜନଙ୍କ ପକ୍ଷରୁ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ୨୦ରୁ ଅଧିକ ଛାତ୍ର ଥାନାର ଦ୍ବାରସ୍ଥ ହୋଇଥିଲେ। ମାଡ଼ ପ୍ରତିବାଦରେ ହାଉସ୍‌ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛି। ଗଣ୍ଡଗୋଳ କଥାକୁ ଭୀମସାର ଭାରାପ୍ରାପ୍ତ ନିର୍ଦ୍ଦେଶକ ସ୍ବୀକାର କରିଥିବାବେଳେ ସମାଧାନ ପାଇଁ ବୁଝାସୁଝା କରାଯାଇଥିବା କହିଛନ୍ତି।