Odisha Link
Bridging the Missing Links in Odisha

ବ୍ୟକ୍ତିଗତ ସଚିବଙ୍କ ପାଇଁ ଗାଇଡଲାଇନ୍ ଜାରି, ଜାଣନ୍ତୁ କ’ଣ ରହିଛି ନିୟମ..

ଓଏଲ୍‌ ବ୍ୟୁରୋ: ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଅତିରିକ୍ତ ସଚିବ ବା ଯୁଗ୍ମ ସଚିବ ପାହ୍ୟା ଅଫିସର ବ୍ୟକ୍ତିଗତ ସଚିବ ହୋଇପାରିବେ। ସେହିପରି ଯୁଗ୍ମ ସଚିବ ବା ଅନୁ ସଚିବ ପାହ୍ୟା ଅଫିସର ଓଏସଡି ହୋଇପାରିବେ। ତେବେ ଓଏସଡି ପ୍ରାଇଭେଟ ସେକ୍ରେଟାରୀଙ୍କ ଠାରୁ ଗୋଟିଏ ରାଙ୍କ ଜୁନିୟର ହୋଇଥିବା ଆବଶ୍ୟକ।

ପୂର୍ବରୁ ପ୍ରାଇଭେଟ ସେକ୍ରେଟାରୀ, ଓଏସଡି ଥିଲେ ସେନେଇ ୫ ବର୍ଷର ବ୍ୟବଧାନ ରହିଥିବା ଜରୁରୀ। ବର୍ତ୍ତମାନର ନିଯୁକ୍ତି ଓ ପୂର୍ବ ନିଯୁକ୍ତି ମଧ୍ୟରେ ପାଞ୍ଚ ବର୍ଷର ବ୍ୟବଧାନ ରହିବା ବାଞ୍ଛନୀୟ ଅଟେ ବୋଲି କୁହାଯାଇଛି। ସମ୍ପୃକ୍ତ ଅଧିକାରୀଙ୍କ ନାମରେ କୌଣସି ମାମଲା ବିଚାରାଧୀନ ନଥିବା ଜରୁରୀ ଅଟେ। ଶୃଙ୍ଖଳାଗତ, ଭିଜିଲାନ୍ସ କିମ୍ବା ଫୌଜଦାରୀ ମାମଲା ନଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।