Odisha Link
Bridging the Missing Links in Odisha

ସୁଶାନ୍ତ ମହାନ୍ତିଙ୍କୁ କାର୍ଯ୍ୟକାରୀ ମୁଖ୍ୟ ସୂଚନା ଆୟୁକ୍ତ ଦାୟିତ୍ୱ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତିଙ୍କୁ ନୂଆ ଦାୟିତ୍ୱ ପ୍ରଦାନ ପାଇଁ ନିଷ୍ପତି ହୋଇଛି। ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ସୁଶାନ୍ତ କୁମାର ମହାନ୍ତିଙ୍କୁ କାର୍ଯ୍ୟକାରୀ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଗତ ୪ ତାରିଖରେ ମୁଖ୍ୟ ସୂଚନା ଆୟୁକ୍ତ ଜଳଦ କୁମାର ତ୍ରିପାଠୀ ଅବସର ଗ୍ରହଣ କରିଛନ୍ତି। ନୂତନ ମୁଖ୍ୟ ସୂଚନା ଆୟୁକ୍ତ ନିଯୁକ୍ତି ପାଇଁ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ମୁଖ୍ୟ ସୂଚନା ଆୟୁକ୍ତ ନିଯୁକ୍ତ ହେବା ପର୍ଯ୍ୟନ୍ତ ଶ୍ରୀ ମହାନ୍ତି କାର୍ଯ୍ୟକାରୀ ମୁଖ୍ୟ ସୂଚନା ଆୟୁକ୍ତ ଦାୟିତ୍ୱରେ ରହିବେ ବୋଲି ଜଣାଯାଇଛି।