Odisha Link
Bridging the Missing Links in Odisha

ଦିଲ୍ଲୀରେ ଚିନ୍ତା ବଢ଼ାଉଛି ପ୍ରଦୂଷଣ, ‘ଅତି ଖରାପ’ ଶ୍ରେଣୀରେ ବାୟୁର ଗୁଣବତ୍ତା

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ପ୍ରଦୂଷଣ। ଆଜି ଅତି ଖରାପ ବର୍ଗରେ ଦିଲ୍ଲୀର ବାୟୁର ମାନ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଧୂଳି, ଧୂଆଁ ଓ କହୁଡ଼ିର ଆସ୍ତରଣରେ ଢାଙ୍କି ହୋଇଛି ଦିଲ୍ଲୀର କର୍ତ୍ତବ୍ୟ ପଥ। ଏୟାର କ୍ବାଲିଟି ଇଣ୍ଡେକ୍ସ ୩୨୮କୁ ହ୍ରାସ ପାଇଛି। ଦିଲ୍ଲୀର ବାୟୁ ଗୁଣବତ୍ତା ଆଜି ‘ଅତି ଖରାପ’ ଶ୍ରେଣୀରେ ରହିଥିବା ରେକର୍ଡ କରାଯାଇଛି।​ ସମୁଦାୟ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୨୮ରେ ରହିଥିବା ବାୟୁ ମାନ ସଂକ୍ରାନ୍ତ ପାଣିପାଗ ତଥ୍ୟରେ କୁହାଯାଇଛି। ଅତି ଯାହାକି ଖରାପ ଶ୍ରେଣୀରେ ଅଛି। ଲଗାତାର କିଛି ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ ରାଜଧାନୀ ବାସୀ ଏବଂ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।