Odisha Link
Bridging the Missing Links in Odisha

ନଦୀରୁ ମିଳିଲା ନିଖୋଜ ନାବାଳକର ମୃତଦେହ

ଓଏଲ୍‌ ବ୍ୟୁରୋ: ସୁବର୍ଣ୍ଣରେଖା ନଦୀରୁ ଉଦ୍ଧାର ହୋଇଛି ନିଖୋଜ ନାବାଳକଙ୍କ ମୃତଦେହ। ଜଳେଶ୍ୱର ବାଲିଆପାଳ ପଞ୍ଚାୟତର ମନୋରଞ୍ଜନ ଦାସଙ୍କ ୧୫ ବର୍ଷ ପୁଅ ସାହିଲ ଦାସଙ୍କ ମୃତଦେହ ସୁବର୍ଣ୍ଣରେଖା ନଦୀରୁ ଉଦ୍ଧାର ହୋଇଛି। ଗତ କାଲି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇ ନଦୀରେ ବୁଡିଯାଇଥିଲେ ସାହିଲ। ଅନେକ ସମୟ ଖୋଜାଖୋଜି ପରେ ଆଜି ସାହିଲଙ୍କ ମୃତଦେହ ଉଦ୍ଧାର ହୋଇଛି। ୧୫ ବର୍ଷ ପୁଅ ସାହିଲକୁ ହରାଇ ପରିବାରରେ ଶୋକରେ ଛାୟା ଖେଳିଯାଇଛି ।