Odisha Link
Bridging the Missing Links in Odisha

୧୦୮ ଆମ୍ବୁଲାନ୍ସ ସେବା ସ୍ୱାଭାବିକ, ଆନ୍ଦୋଳନ ସ୍ଥଗିତ ରଖିଲେ କର୍ମଚାରୀ

ଓଏଲ୍‌ ବ୍ୟୁରୋ: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲା। ନଭେମ୍ବର ୧ରୁ କାର୍ଯ୍ୟବନ୍ଦ କରିବାକୁ ମହାସଂଘ ପକ୍ଷରୁ ଗଣମାଧ୍ୟମକୁ ଅବଗତ କରାଯାଇଥିଲା। ଯାହାକୁ ନେଇ ବିଜେପି ସଭାପତି ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।ବିଜେପି ସଭାପତିଙ୍କ ସହ ଆଲୋଚନା ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ନଭେମ୍ବର ୧ରୁ ହେବାକୁ ଥିବା ଆନ୍ଦୋଳନ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସୂଚନା ଅନୁସାରେ, ମହାସଂଘ ପକ୍ଷରୁ ୩୦ ତାରିଖରେ ଜିପିଏସ୍‌ ବନ୍ଦ କରି ଡ୍ୟୁଟି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ୧ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ କରି ବଡ଼ ଧରଣର ଆନ୍ଦୋଳନ କରିବାକୁ ସୂଚନା ଦିଆଯାଇଥିଲା। ଅନ୍ୟପକ୍ଷେ କମ୍ପାନୀ ମନମାନୀ କାମ କରୁଥିବା ମହାସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା। କର୍ମଚାରୀଙ୍କୁ ୧୨ ଘଣ୍ଟା ଡ୍ୟୁଟି କରାଯାଉଥିବା ବେଳେ ୮ ଘଣ୍ଟାର ଦରମା ଦିଆଯାଉଛି। କର୍ମଚାରୀଙ୍କ ବୀମାରେ ମଧ୍ୟ ଅସ୍ପଷ୍ଟତା ଥିବା ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି।

Leave A Reply

Your email address will not be published.