Odisha Link
Bridging the Missing Links in Odisha

ତାରାତାରିଣୀ ମନ୍ଦିରରୁ ଲୁଟ୍, ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି ଅଭିଯୋଗ

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଲୁଟେରାମାନେ ଲୁଟ୍ ତ କରୁଛନ୍ତି ଠାକୁରଙ୍କୁ ବି ଛାଡୁନାହାନ୍ତି। ଗଞ୍ଜାମ ପୋଲସରାରେ ଥିବା ମା ତାରା ତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ଆସିଛି।

ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ମାଆଙ୍କର ସୁନା ଓ ରୁପା ଅଳଙ୍କାର ଚୋରି କରି ଫେରାର୍ ହୋଇଯାଇଛନ୍ତି। ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ଆଜି ସକାଳେ କିଛି ଭକ୍ତ ଏବଂ ପୂଜକ ଏସବୁ ଦେଖି ପୁରୁଷୋତ୍ତମ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ଗର୍ଭଗୃହର ତାଲା ଭଙ୍ଗାଯାଇଥିବା ଦେଖିଥିଲା। ମନ୍ଦିର ମଧ୍ୟରୁ ମାଆଙ୍କର ରୂପା ମୁଖା, ଛତ୍ର ସମତେ ବହୁ ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଛି। ଘଟଣାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।