Odisha Link
Bridging the Missing Links in Odisha

କେନ୍ଦୁଝର ଇଂଜିନିୟରିଂ କଲେଜରେ ରାଗିଂ!

ଓଏଲ୍‌ ବ୍ୟୁରୋ: ରାଗିଂ ମୁକ୍ତ କ୍ୟାମ୍ପସ କରିବାପାଇଁ ଆଣ୍ଟି ରାଗିଂ କମିଟିର ନିୟମ ସମସ୍ତ କଲେଜରେ ପ୍ରଚଳିତ ହେବାପରେ ମଧ୍ୟ କିଛି ଦିନ ହେବ ଅନେକ କଲେଜରେ ରାଗିଂ ଘଟଣା ଦେଖାଦେଇଛି। ଏମକେସିଜି ମେଡିକାଲ କଲେଜ ଘଟଣା ପରେ ପୁଣି ଏକ କଲେଜରେ ରାଗିଂ ଅଭିଯୋଗ ହୋଇଛି। କେନ୍ଦୁଝର ସରକାରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ ହୋଇଛି। ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ସିନିଅର ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ୫ ଜଣ ସିନିଅର୍ ହଷ୍ଟେଲରେ ପଶି ମାଡ଼ ମାରିଥିବା ଅଭିଯୋଗ ହୋଇଥିବାବେଳେ ଆକ୍ରମଣରେ ଆହତ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ କଲେଜ କମିଟି ତଦନ୍ତ ଆରମ୍ଭ କରିଛନ୍ତି।