Odisha Link
Bridging the Missing Links in Odisha

ଉତ୍କଳ ବିଶ୍ୱବିଦ୍ୟାଳୟ ନାମଲେଖାରେ ଦୁର୍ନୀତି ଅଭିଯୋଗ: ମନ୍ତ୍ରୀଙ୍କ ବାସଭବନ ଘେରାଉ

ଓଏଲ୍‌ ବ୍ୟୁରୋ: ରାଜ୍ୟର ସର୍ବ ପୁରାତନ ସ୍ୱନାମଧନ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟର ଆଉ ସେହି ପୂର୍ବ ଗୌରବ ନାହିଁ। ଦୁର୍ନୀତି ଓ ଅବ୍ୟବସ୍ଥାର ଗନ୍ତାଘର ପାଲଟି ଗଲାଣି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳିବାକୁ ପଛଉ ନାହାନ୍ତି। ସବୁଠାରୁ ଭୟଙ୍କର କଥା ହେଉଛି, ଚଳିତବର୍ଷ ନାମଲେଖାରେ ବ୍ୟାପକ କେଳେଙ୍କାରୀ ଅଭିଯୋଗ ଆସିଛି। ଦୁର୍ନୀତି ଅଭିଯୋଗ ଆଣିଲା ଛାତ୍ର କଂଗ୍ରେସ।

ରାଙ୍କ ଅନୁଯାୟୀ ଆଡମିଶନ ଦିଆଯାଇନଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ। ପ୍ରତିବାଦ ସହ ଘର ଉପରକୁ ଅଣ୍ଡା ମାଡ଼ କଲେ କଂଗ୍ରେସ କର୍ମୀ। ରାଙ୍କ୍ ଆଧାରରେ ଛାତ୍ରଛାତ୍ରୀଙ୍କୁ ଆଡ଼ମିଶନ ଦେବା ପାଇଁ ଦାବି କରିଛନ୍ତି।