Odisha Link
Bridging the Missing Links in Odisha

ଲାଞ୍ଚ ନେଉଥିଲେ ଡାକ୍ତର ବାବୁ, ମାଡ଼ିବସିଲା ଭିଜିଲାନ୍ସ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଡାକ୍ତର ବାବୁ।ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର। ବୈପାରୀଗୁଡ଼ା ସିଏଚ୍‌ସି ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁ ବକେୟା ଦରମା କରାଇ ଦେବାକୁ ୪୦ ହଜାର ଲାଞ୍ଚ ନେଉଥିଲେ। ଏହା ଜାଣିବା ପରେ ଭିଜିଲାନ୍ସ ଭିଜିଲାନ୍ସ ଡାକ୍ତର ବାବୁଙ୍କୁ କାବୁ କରିଛି।