ଚାଉଳ ଦେବାକୁ ଡାକି ଦୁଷ୍କର୍ମ ଅଭିଯୋଗ: ବନ୍ଧା ହେଲେ ଯୋଗାଣ ସହାୟକ
ଓଏଲ୍ ବ୍ୟୁରୋ: ଗତ ସପ୍ତାହରେ ବଲାଙ୍ଗିର ବୁଦୁଲାରେ ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଯାହାକୁ ନେଇ ମହିଳା ସୁରକ୍ଷା ପ୍ରସଙ୍ଗରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏନେଇ ଅଭିଯୋଗ କ୍ରମେ କଡା ପଦକ୍ଷେପ ନିଆଯାଇଛି। ତଦନ୍ତ ପରେ ଯୋଗାଣ ସହାୟକ ଗିରଫ ହୋଇଛନ୍ତି। ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଆଗଲପୁର ଓ ସୋହେଲା ପୁଲିସ ଗିରଫ କରିଛି। ଗତ ୪ ତାରିଖରେ ଆଗଲପୁର ଥାନାରେ ମାମଲା ହୋଇଥିଲା।
ଏନେଇ ଅଭିଯୋଗ ପରେ ଯୋଗାଣ ନିରୀକ୍ଷକଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବଲାଙ୍ଗିର ମୁଖ୍ୟ ଯୋଗାଣ ଅଧିକାରୀ। ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଯୋଗାଣ ସହାୟକ ରାସନ କାର୍ଡ କରାଇ ଦେବାକୁ କହି ବିଧବା ମହିଳାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହଁ, ମହିଳାଙ୍କ ସହ ଶାରୀରିକ ସମ୍ପର୍କର ଭିଡିଓ ମଧ୍ୟ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଏହା ଜାଣିବା ପରେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।