Odisha Link
Bridging the Missing Links in Odisha

୨୯ରୁ ଡିଜିପି ସମ୍ମିଳନୀ, ସାମିଲ ହେବେ ସବୁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୯ ତାରିଖରୁ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ଡିଜିପି ସମ୍ମିଳନୀ ହେବାକୁ ଯାଉଛି। ୩ ଦିନିଆ ଡିଜିପି ସମ୍ମିଳନୀ ଲୋକସେବା ଭବନରେ ଅନୁଷ୍ଠିତ ହେବ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଏନଏସଏ ଅଜିତ ଦୋଭାଲ ଯୋଗଦେବାର ସମ୍ଭାବନା ରହିଛି। ଏହି ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଯୋଗଦେବେ। ସମ୍ମିଳନୀରେ ମାଓ ମୁକାବିଲା, ଆଇନଶୃଙ୍ଖଳା ଉପରେ ଆଲୋଚନା ହେବ ବୋଲି ଆଇପିଏସ୍‌ ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି।