Odisha Link
Bridging the Missing Links in Odisha

ବଡ଼ ଖବର: ନୂଆ ବର୍ଷରେ ନୂଆ ରାସନକାର୍ଡ ଦେବେ ସରକାର

ଓଏଲ୍‌ ବ୍ୟୁରୋ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଇ-କେୱାଇସିକୁ ନେଇ ସାଧାରଣରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଇ-କେୱାଇସି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ଚଳିତମାସ ଶେଷ ସୁଦ୍ଧା ଇ-କେୱାଇସି ଶେଷ ହେବ। ଯୋଗ୍ୟ ହିତାଧିକାରୀଙ୍କୁ ଜାନୁଆରୀ ମାସରୁ ନୂଆ ରାସନ କାର୍ଡ ମିଳିବ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ୧୬ ଲକ୍ଷ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ସରକାରଙ୍କ ଲକ୍ଷ ଯେଉଁମାନେ ଭୂତ ରାସନକାର୍ଡ କିମ୍ବା ଅଯୋଗ୍ୟ ସେମାନଙ୍କୁ ବାଦ୍ ଦେବା। ରାସନକାର୍ଡରୁ ବାଦ୍ ପଡ଼ିବେ ୧୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ। ରୋହିଙ୍ଗ୍ୟା କିମ୍ବା ବିଦେଶୀଙ୍କୁ ମିଳିଥିବା ରାସନ କାର୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରୋହିଙ୍ଗ୍ୟାମାନେ କାର୍ଡ ପାଇଥିଲେ ଏହାକୁ କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁମାନେ ଅଯୋଗ୍ୟ ଥିବେ ରାଜ୍ୟ ସରକାର ସେମାନଙ୍କ କାର୍ଡ କାଟିବେ ବୋଲି ମନ୍ତ୍ରୀ କହିଛନ୍ତି।