Odisha Link
Bridging the Missing Links in Odisha

‘ଯଦି ନମାଜ ପାଠ ପାଇଁ ସ୍କୁଲ ବନ୍ଦ ହୋଇପାରିବ ତେବେ ହନୁମାନ ଚାଳିଶା ପାଇଁ କାହିଁକି ନୁହେଁ’

ଝାଡଖଣ୍ଡରେ ହିମନ୍ତ ବିଶ୍ବ ଶର୍ମାଙ୍କ ପ୍ରଶ୍ନ

ଓଏଲ୍‌ ବ୍ୟୁରୋ: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ  ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ସମସ୍ତ ଦଳ ପକ୍ଷରୁ ରାଲି ଏବଂ ରୋଡ୍ ଶୋ ମଧ୍ୟ କରାଯାଉଛି।

ଝାଡଖଣ୍ଡର ଏକ ସାଧାରଣ ସଭାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ପ୍ରଶ୍ନ କରିଛନ୍ତି ଯେ ଯଦି ନମାଜ ପଢିବା ପାଇଁ ଶୁକ୍ରବାର ଦିନ ସ୍କୁଲ ବନ୍ଦ ହୋଇପାରିବ ତେବେ ହନୁମାନ ଚାଳିଶା ପଢିବା ପାଇଁ ମଙ୍ଗଳବାର ଦିନ ସ୍କୁଲ ବନ୍ଦ ହୋଇପାରିବ ନାହିଁ କାହିଁକି?

ହିମନ୍ତ ବିଶ୍ବଶର୍ମା ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ଲେଖିଛନ୍ତି, ‘ମୁଁ ଜେଏମଏମ-କଂଗ୍ରେସ ସରକାରଙ୍କୁ ପଚାରିବାକୁ ଚାହେଁ- ଯଦି ନମାଜ ପଢିବା ପାଇଁ ଛୁଟି ମିଳିପାରିବ ତେବେ ହନୁମାନ ଚାଲିଶା ପାଠ କରିବା ପାଇଁ କାହିଁକି ଛୁଟି ମିଳିପାରିବ ନାହିଁ?

ହିନ୍ଦୁ ଚାହିଁଲେ ସମସ୍ତ ଅସମ୍ଭବ କାମକୁ ସମ୍ଭବ କରିପାରିବେ। ଏହାର ବଡ଼ ଉଦାହରଣ ଅଯୋଧ୍ୟା ରାମ ମନ୍ଦିର।