Odisha Link
Bridging the Missing Links in Odisha

ପୁରସ୍କାର ଗ୍ରହଣ କରି ଏମିତି କିଛି କହିଲି ଜୟୀ…

ପୁରସ୍କାର ପାଇବା ବିଳମ୍ବ ହୋଇଛି

ଓଏଲ୍‌ ବ୍ୟୁରୋ: ମୋ ସମୟ ଆଉ ନାହିଁ। ଆଜିବି ମୋତେ ପୁର ପଲ୍ଲୀରୁ ଲୋକ ଫୋନ କରନ୍ତି ଆଉ ପଚାରନ୍ତି ଜୟୀ ଭାଇ ତୁମେ ଆଉ କାହିଁ ସିନେମାରେ ଦେଖା ଦେଉନ। ମୁଁ ଆଉ କ’ଣ କହିବି। ସେ ସମୟ ଆଉ ନାହିଁ। ହେଲେ ନୂଆ ସରକାର ଆସିବା ପରେ ଏହି ଉତ୍ସବ ପାଳନ ହେଉଛି। ଲାଗୁଛି ଓଡ଼ିଆ ସିନେମା ଶିଳ୍ପ ପାଇଁ ବହୁତ୍ କିଛି ହେବ। କଳାକାର ସୁଯୋଗ ପାଇବେ ବୋଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ଗ୍ରହଣ କରି ବିଶିଷ୍ଟ କମେଡିଆନ୍ ଜୟୀରାମ ସାମଲ କହିଛନ୍ତି।

ସେ ଆହୁରି କହିଛନ୍ତି, ପୁରସ୍କାର ପାଇବାରେ ବିଳମ୍ବ ହୋଇଛି। ଯାହା ବହୁ ଆଗରୁ ମିଳିବାର ଥିଲା ଏବେ ମିଳୁଛି। ଯେତେବେଳେ ପାଇବା କଥା ପାଇନି। ବିଳମ୍ବ ହେଲେ ବି ଯୋଗ୍ୟ ଭାବି ଦେଇଥିବାରୁ ଧନ୍ୟବାଦ। କଳାର ଜୟ ହେଉ। ସମସ୍ତେ କଳା ପାଇଁ ଆଗଭର ହୁଅନ୍ତୁ।