ମାର୍ସ୍କ ଗ୍ରୁପ ମୁଖ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିନିଧି ଟିମ୍ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ସିଙ୍ଗାପୁର ଗସ୍ତରେ ଅଛନ୍ତି। ଏହି ଅବସରରେ ସିଙ୍ଗାପୁରରେ ମାର୍ସ୍କ ଗ୍ରୁପ ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା କରିଛନ୍ତି। AP ମୋଲେର ମାର୍ସ୍କ ଗ୍ରୁପ ମୁଖ୍ୟ ରେନେ ପିଲ ପେଡରସନ। ଓଡ଼ିଶାରେ ଜାହାଜ ପୁନଃ ବ୍ୟବହାର ସୁବିଧା ନେଇ ଆଲୋଚନା ହୋଇଥିବା ସୂଚନା ରହିଛି। ଏଥିସହିତ ବନ୍ଦର ଭିତ୍ତିକ ସାମଗ୍ରୀ ଉତ୍ପାଦନ ନେଇ ବି ଆଲୋଚନା ହୋଇଥିବା ସୂଚନା ରହିଛି।