Odisha Link
Bridging the Missing Links in Odisha

ମାଲକାନଗିରିରେ ଏନ୍‌କାଉଣ୍ଟର: ମାଓ ନିପାତ

ଓଏଲ୍‌ ବ୍ୟୁରୋ: ମାଲକାନଗିରିରେ ଏନ୍‌କାଉଣ୍ଟର ହୋଇଥିବା ପୁଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି। ସୁକମା ଓ ମାଲକାନଗିରି ସୀମାରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା। ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳିବନିମୟ ସମୟରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ପୁଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି।

ପୁଲିସ ଡିଜି କହିଛନ୍ତି, ଛତିଶଗଡ଼ରୁ ମାଓବାଦୀ ଓଡ଼ିଶା ଆସୁଥିବା ନେଇ ଥିଲା ସୂଚନା। ଗୁଇନ୍ଦା ସୂଚନା ଆଧାରରେ ପୁଲିସ ଆଗୁଆ ପ୍ରସ୍ତୁତ ଥିଲା। ନଦୀ ପାର ହେବାବେଳେ ଗୁଳିବିନିମୟ ହୋଇଥିଲା। ପୁଲିସର ପାଲଟା ଆକ୍ରମଣରେ ମାଓବାଦୀର ମୃତ୍ୟୁ ଘଟିଛି।ମୃତ ମାଓବାଦୀର ପରିଚୟ ଅସ୍ପଷ୍ଟ ରହିଛି। ମାଓ ଗ୍ରୁପରେ ୪-୫ଜଣ ମାଓବାଦୀ ଥିବା ଅନୁମାନ କରାଯାଉଛି।