Odisha Link
Bridging the Missing Links in Odisha

ହିଣ୍ଡାଲକୋକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦ୍

ଓଏଲ୍‌ ବ୍ୟୁରୋ: ନିୟମ ଉଲ୍ଲଙ୍ଘନ କରୁଛି ହିଣ୍ଡାଲକୋ। ଚିନ୍ତା ବଢ଼ାଇଛି ପାଉଁଶ ସ୍ତରର ଉଚ୍ଚତା। ଯାହାକୁ ନେଇ ହୀରାକୁଦ ସ୍ଥିତ ହିଣ୍ଡାଲକୋକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଛି। ନିୟମ ଉଲ୍ଲଙ୍ଘନ କରୁଥିବା ଜଣାଇ ହିଣ୍ଡାଲକୋକୁ କଡ଼ା ତାଗିଦ୍ କରିଛି। ଜମା କରୁଥିବା ପାଉଁଶ ସ୍ତରର ଉଚ୍ଚତା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାନଗର ନିଗମ କୋଠା ଉଚ୍ଚତାରୁ କମ୍ ଉଚ୍ଚରେ ପାଉଁଶ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏନ୍ଏଚ୍ କଡ଼ରେ ବିନା ଅନୁମତିରେ ପାଉଁଶ ଡମ୍ପିଂ ଯୋଗୁଁ ପ୍ରଦୂଷଣ ବଢୁଛି। ପରିବହନକାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଦେଶ ନ ମାନିଲେ ଆଉ ନୋଟିସ୍ ନ ଦେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଛି।