ଶିଶୁବିକ୍ରି ମାମଲା: ନାଇଟିଙ୍ଗେଲ ପୁରସ୍କାର ପ୍ରାପ୍ତ ଏଏନ୍ଏମ୍ ନିଲମ୍ବିତ

ଓଏଲ୍ ବ୍ୟୁରୋ: ବଲାଙ୍ଗୀର ଶିଶୁବିକ୍ରି ମାମଲାରେ ଖପ୍ରାଖୋଲ ବ୍ଳକ ସୁନାମୁଦୀ ସବ୍ ସେଣ୍ଟର ଏଏନ୍ଏମ୍ ମମତା ଭୋଇ ନିଲମ୍ବିତ ହୋଇଛନ୍ତି। ଏଏନ୍ଏମ୍ ମମତା ଭୋଇ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ନିଲମ୍ବନ ନେଇ ବଲାଙ୍ଗୀର ଭାରପ୍ରାପ୍ତ ସିଡିଏମଓ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଶିଶୁ ଜନ୍ମ ହେବାପରେ ବେଆଇନ ଭାବେ ବ୍ୟବସାୟୀଙ୍କୁ ଦେଇଥିଲେ ଖପ୍ରାଖୋଲ ବ୍ଳକ ସୁନାମୁଦୀ ସବ୍ ସେଣ୍ଟର ANM ମମତା ଭୋଇ। ଅଭିଯୋଗ କ୍ରମେ ବ୍ଳକ ସୁନାମୁଦୀ ସବ୍ ସେଣ୍ଟର ANM ମମତା ଭୋଇ ନିଲମ୍ବିତ କରାଯାଇଛି।
ଅନ୍ୟପଟେ, ଗୁରୁତର ଅବସ୍ଥାରେ ଶିଶୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଛି। ଖପ୍ରାଖୋଲ ବ୍ଳକ ସୁନାମୁଦୀ ସବ୍ ସେଣ୍ଟର ANM ମମତା ଭୋଇ ୨୦୧୯ରେ ରାଷ୍ଟ୍ରପତିଙ୍କ ଠାରୁ ନାଇଟିଙ୍ଗେଲ ପୁରସ୍କାର ପାଇଥିଲେ। ଅନୁନ୍ନତ ଅଞ୍ଚଳରେ ଉତ୍ତମ ସେବା ଯୋଗାଇଥିଲେ।