ରାଜରାସ୍ତାରେ ଅଭିନେତା କଳି: ମନୋଜ-ବବି ମୁହାଁମୁହିଁ

ଓଏଲ୍ ବ୍ୟୁରୋ: ଅଭିନେତା ମନୋଜ ମିଶ୍ରଙ୍କ ପିଛା ଛାଡ଼ୁନି ବିବାଦ। କଟକ ଦରଘା ବଜାର ଥାନାରେ ଏତଲା ଦେଲେ ନିର୍ଦେଶକ ସଂଘ ଉପସଭାପତି ବବି ଇସଲାମ। ଜୀବନରୁ ମାରିଦେବା ପାଇଁ ଧମକ ମିଳିବା ପରେ ଥାନାରେ ଏତଲା ଦାୟର କରି ନିଜ ପାଇଁ ସୁରକ୍ଷା ଲୋଡ଼ିଛନ୍ତି ବବି ଇସଲାମ। ଏହା ପରେ ଆଜି ଡିସିପି ଅଫିସ ଆଗରେ ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟଙ୍କୁ କାବୁ କରି ପୁଲିସ ସ୍ଥିତି ନିୟନ୍ତ୍ରଣ କରିଛି। ସିପି ଅଫିସରେ ପହଞ୍ଚି ଉଭୟ ପକ୍ଷ ରଖିଥିବାବେଳେ ସମାଧାନ ପାଇଁ ଉଦ୍ୟମ ଚାଲିଛି।
ବବି ଇସଲାମଙ୍କ କହିବାନୁସାରେ, ମଙ୍ଗଳବାର ଏକ ଟିଭି ଶୋ’ରେ ରାଣ୍ଡି ପୁଅ ଅନନ୍ତା ବିତର୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ମନୋଜଙ୍କୁ ପ୍ରତ୍ୟକ୍ଷ ଭାବେ ଉଦ୍ଧତାମୀ କରୁଥିବା କହିଥିଲେ ବବି। ଏହାପରେ ବବିଙ୍କୁ ଫୋନ କଲ୍ ଜରିଆରେ ଆସିଥିଲା ଧମକ। ମନୋଜ ମିଶ୍ର ଓ ତାଙ୍କ ବନ୍ଧୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା କହିଛନ୍ତି ବବି ଇସଲାମ। ଯାହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି।