Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ, ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଛି ବୋର୍ଡ ଅଫ ସେକେଣ୍ଡାରୀ ଏକଜୁକେସନ୍ ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ। ବୋର୍ଡର ନିଜସ୍ୱ ୱେବସାଇଟ http://www.bseodisha.ac.inରେ ଏହି ପରୀକ୍ଷା ଫଳ ଉପଲବ୍ଧ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରିବା ନିମନ୍ତେ ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହେବା ଜରୁରୀ। ଏହି ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ରାଜ୍ୟର ଉଭୟ ସରକାରୀ, ବେସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକତା କରିବାର ସୁଯୋଗ ମିଳିଥାଏ।