Odisha Link
Bridging the Missing Links in Odisha

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା: କାଲି ସୁଦ୍ଧା ଉପଲବ୍ଧ ହେବ ମେଧା ତାଲିକା

ଓଏଲ୍‌ ବ୍ୟୁରୋ: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ଓପିଏସ୍‌ସି ସଚିବ। ବ୍ୟକ୍ତିଗତ ଭାବେ ହାଜର ହୋଇ ସଂଶୋଧିତ ମେଧା ତାଲିକା ପ୍ରଦାନ କରିଛନ୍ତି। କାଲି ସୁଦ୍ଧା ଓପିଏସ୍‌ସି ସାଇଟ୍‌ରେ ମେଧା ତାଲିକା ପ୍ରଦର୍ଶନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ତାଲିକାରେ କାହାକୁ ନିଯୁକ୍ତି ଦିଆଯାଇଛି ସେନେଇ ତଥ୍ୟ ଲୋଡ଼ିଛନ୍ତି। ନିଯୁକ୍ତି ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲାକୁ ହାଇକୋର୍ଟ ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିଶନଙ୍କ ଉପରେ ବର୍ଷିଥିଲେ। ରିଭାଇଜ୍‌ ମେରିଟ୍‌ ଲିଷ୍ଟ ସହ ଓପିଏସ୍‌ସି ଅଧ୍ୟକ୍ଷଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ସୋମବାର ଦିନ ହାଜର ହେବାକୁ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।