Odisha Link
Bridging the Missing Links in Odisha

ବେଳାଭୂମିରେ ବିରାଟକାୟ ସାର୍କ, ଆହତ ସାର୍କକୁ ଉଦ୍ଧାର ପାଇଁ ଉଦ୍ୟମ

ଓଏଲ୍‌ ବ୍ୟୁରୋ: ଦିଗପହଣ୍ଡି ଚିକିଟି ସୋନପୁର ବେଳାଭୂମିରେ ବିରାଟକାୟ ସାର୍କ ଦେଖିବାକୁ ମିଳିଛି। ଆହତ ଅବସ୍ଥାରେ ସମୁଦ୍ର ବେଳାଭୂମିରେ ଲାଗିଛି ବିରାଟକାୟ ସାର୍କ। ଆହତ ସାର୍କକୁ ଉଦ୍ଧାର ପାଇଁ ବନ ବିଭାଗ ଟିମ୍‌ ଉଦ୍ୟମ ଜାରି କରିଛି। ତେବେ ସୋନପୁର ବେଳାଭୂମିରେ ଲାଗିଥିବା ବିରାଟକାୟ ସାର୍କ ଅସୁସ୍ଥ ଥିବାରୁ କୂଳରେ ଲାଗିଥିବା କୁହାଯାଉଛି।