Odisha Link
Bridging the Missing Links in Odisha

ଡିଜିପି ସମ୍ମିଳନୀ ଆରମ୍ଭ, ଉଦ୍‌ଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରରେ ଡିଜିପି/ଆଇଜିପି ସମ୍ମିଳନୀ ଆରମ୍ଭ ହୋଇଛି। ଲୋକସେବା ଭବନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିଛନ୍ତି। ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଭୁବନେଶ୍ବରରେ ୩ ଦିନ ଧରି ଡିଜିପି/ଆଇଜିପି ସମ୍ମିଳନୀ ହେବ। ଏହି ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଅଛନ୍ତି। ଯୋଗ ଦେଇଛନ୍ତି ସାରା ଦେଶର ଡିଜିପି, ଆଇଜିପି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବିଚାରବିମର୍ଶ ହେବ। ଆଉ କିଛି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ।