Odisha Link
Bridging the Missing Links in Odisha

ଦିଆସିଲି କାଠିରେ ନୌସେନା ବୁଡ଼ାଜାହାଜ

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ପୁରୀରେ ପାଳନ ହେବ ନୌସେନା ଦିବସ। କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ଚଳଚଂଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ଏସବୁ ଭିତରେ ପୁରୀର ୨୧ ବର୍ଷ ବୟସର ପ୍ରତିଭାବାନ କଳାକାର ଶାଶ୍ୱତ ରଞ୍ଜନ ସାହୁ ୩୪୦୨ ଦିଆସିଲି କାଠି ବ୍ୟବହାର କରି ଆଇଏନ୍ଏସ୍ ଭେଲା (ଏସ୍୨୪)ର ଏକ ଜଟିଳ ମଡେଲ ତିଆରି କରିଛନ୍ତି। ଏହି ଉଲ୍ଲେଖନୀୟ କଳାକୃତିର ଲମ୍ବ ୨୨ ଇଞ୍ଚ ରହିଥିବା ବେଳେ ୮ ଦିନ ସମୟ ନିର୍ମାଣ କରିବାକୁ ଲାଗିଥିଲା।

ପୁରୀରେ ଭାରତୀୟ ନୌସେନା ଦିବସ ଉତ୍ସବରେ ଅନୁପ୍ରାଣିତ ହୋଇ ଶାଶ୍ୱତ ଦେଶର ନୌସେନା ବାହିନୀକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଛି ଅନନ୍ୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲେ। ଶାଶ୍ୱତଙ୍କର ଦିଆସିଲି କାଠି କଳାକୃତି ତାଙ୍କର ସୃଜନଶୀଳତା ଏବଂ ନିଷ୍ଠାର ଏକ ପ୍ରମାଣ। ଆମ ଦେଶର ନୌସେନାକୁ ସମ୍ମାନ ଦେବା ପାଇଁ ମୁଁ କିଛି ବିଶେଷ କରିବାକୁ ଚାହୁଁଥିଲି ବୋଲି ଶାଶ୍ୱତ କହିଛନ୍ତି। ମୁଁ ଏହି କଳାକୃତି ତିଆରି କରିଥିବାରୁ ମୁଁ ଗର୍ବିତ ଏବଂ ମୁଁ ଭାରତୀୟ ନୋସେନାକୁ ସେମାନଙ୍କର ବିଶେଷ ଦିନରେ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଛନ୍ତି।