ମହାପ୍ରଭୁଙ୍କ ପଟ୍ଟଚିତ୍ର ଗ୍ରହଣ କଲେ ମହାମହିମ

ଓଏଲ୍ ବ୍ୟୁରୋ: ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପୁରୀରେ ପହଞ୍ଚି ସମଙ୍ଗ ହେଲିପ୍ୟାଡ୍ରୁ ଶ୍ରୀମନ୍ଦିର ଅଭିମୁଖେ ଗସ୍ତ କରିଥିଲେ ରାଷ୍ଟ୍ରପତି। ଶ୍ରୀମନ୍ଦିର ଯାଇ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ବଡ ଦାଣ୍ଡରେ ଚାଲିଚାଲି ଶ୍ରୀମନ୍ଦିର ଗଲେ ରାଷ୍ଟ୍ରପତି। ସାଙ୍ଗରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରଶାସକ ମଧ୍ୟ ସାମିଲ ଥିଲେ। ଜଗା ଦର୍ଶନ କରିବା ସହ ମହାପ୍ରଭୁଙ୍କ ପଟ୍ଟଚିତ୍ର ଗ୍ରହଣ କଲେ ମହାମହିମ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ।