ଜଗା ଦର୍ଶନ କରି ଓଡ଼ିଶାର ସୁଖ, ସମୃଦ୍ଧି କାମନା କଲେ ରାଷ୍ଟ୍ରପତି

ଓଏଲ୍ ବ୍ୟୁରୋ: ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପୁରୀରେ ପହଞ୍ଚି ସମଙ୍ଗ ହେଲିପ୍ୟାଡ୍ରୁ ଶ୍ରୀମନ୍ଦିର ଅଭିମୁଖେ ଗସ୍ତ କରିଥିଲେ ରାଷ୍ଟ୍ରପତି। ବଡ ଦାଣ୍ଡରେ ଚାଲିଚାଲି ଶ୍ରୀମନ୍ଦିର ଯାଇ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସକ ମଧ୍ୟ ସାମିଲ ଥିଲେ।
ଜଗା ଦର୍ଶନ କରିବା ସହ ମହାପ୍ରଭୁଙ୍କ ପଟ୍ଟଚିତ୍ର ଗ୍ରହଣ କରିଛନ୍ତି ମହାମହିମ। ମହାପ୍ରଭୁଙ୍କ ଦର୍ଶନ ପରେ ମହାମହିମ କହିଛନ୍ତି, ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ। ଦେଶ ତଥା ଓଡ଼ିଶାର ସୁଖ, ସମୃଦ୍ଧି କାମନା କଲି। ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ, ସମସ୍ତେ ଆନନ୍ଦରେ ରହନ୍ତୁ ବୋଲି ମହାମହିମ କହିଛନ୍ତି।