‘ରାଜ୍ୟରେ ଥାନା ସଂଖ୍ୟା ୬୮୫, ନୂଆ ଥାନା ଗଠନ ପାଇଁ ରହିଛି ୯ଟି ମାନଦଣ୍ଡ’

ଓଏଲ୍ ବ୍ୟୁରୋ: ନୂଆ ଥାନା ଗଠନ ପାଇଁ ୯ଟି ମାନଦଣ୍ଡ ରହିଛି। ବିଧାନସଭାରେ ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ। ଆଜି ବିଧାନସଭା ଶୀତ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି, ରାଜ୍ୟରେ ନୂଆ ଥାନା ଗଠନ ପାଇଁ ୯ଟି ମାନଦଣ୍ଡ ରହିଛି। ରାଜ୍ୟରେ ୧୨୨ଟି ସହରାଞ୍ଚଳ ଫାଣ୍ଡି ସମେତ ମୋଟ ୨୯୫ଟି ଫାଣ୍ଡି ରହିଛି। ରାଜ୍ୟରେ ୬୮୫ ପୁଲିସ ଥାନା ଓ ୧୩୯ ବିଟ୍ ହାଉସ ରହିଛି ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।