Odisha Link
Bridging the Missing Links in Odisha

୧୦ ବର୍ଷରେ ଶତାଧିକ ଶିଶୁ ଶ୍ରମିକ ଉଦ୍ଧାର, ଗୃହରେ ଉତ୍ତର ଦେଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଶିଶୁ ଓ କିଶୋର ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ଜୀବନ ଓ ସ୍ୱପ୍ନକୁ ସୁରକ୍ଷିତ କରିବା ପାଇଁ ଆମ ସମାଜକୁ ପିଲାଙ୍କ ଉପଯୋଗୀ କରିବାକୁ ହେବ। ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ଜୀବନରେ ପୂର୍ଣ୍ଣ ବିକଶିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ। ଏହି ଆଭିମୁଖ୍ୟକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆଉ ସଚେତନତା ଜାରି ରହିଛି।

ସଚେତନତା ପରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କମିଥିଲେ ମଧ୍ୟ ଏବେବି ଅଭାବ କାରଣରୁ ଅନେକ ଶିଶୁ ଶ୍ରମିକ ଉଦ୍ଧାର ହେଉଛନ୍ତି। ୧୦ ବର୍ଷରେ ୩୫୭ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ଆଜି ଗୃହରେ ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି। ଗତ ୧୦ ବର୍ଷରେ ୩୫୭ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏନେଇ ରୁଜୁ ୭୧୭ ମାମଲାରୁ ୭ ମାମଲାରେ ଦୋଷୀକୁ ଦଣ୍ଡ ମିଳିଥିବା ନେଇ ଗୃହରେ ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି।