Odisha Link
Bridging the Missing Links in Odisha

ଲିଙ୍ଗଭିତ୍ତିକ ହିଂସା ରୋକିବାକୁ ପ୍ରୟାସ, ‘ଶକ୍ତି’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଦୂର ହେବ ଲିଙ୍ଗଭିତ୍ତିକ ହିଂସା। ଆଜି ଶକ୍ତି ଆପ୍‌ର ଉଦ୍‌ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଲିଙ୍ଗଭିତ୍ତିକ ହିଂସାର ପ୍ରତିକାର ଦିଗରେ ଏହି ଆପ୍‌ କାମ କରିବ। ପ୍ରଥମ କରି ପାଇଲଟ୍‌ ଭାବେ ୫ ଜିଲ୍ଲାରେ ଶକ୍ତି ଆପ୍‌ ଆରମ୍ଭ ହୋଇଛି। ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଶକ୍ତି ଆପ୍‌ର ଉଦ୍‌ଘାଟନ ହୋଇଛି।

ଶକ୍ତି ଆପ୍‌ ମହିଳା ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଏକ ଆଣ୍ଡ୍ରଏଡ୍ ଆପ୍। ଯାହା ଉପଭୋକ୍ତାମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ପୁଲିସ୍ କଣ୍ଟ୍ରୋଲ୍ ରୁମ୍ ଏବଂ ସେମାନଙ୍କ ସମ୍ପର୍କୀୟ କିମ୍ବା ବନ୍ଧୁମାନଙ୍କୁ ଏକ ଆଲର୍ଟ ପଠାଇବାକୁ ଅନୁମତି ଦେଇଥାଏ। ଏହି ଆପ୍‌ ପୂର୍ବରୁ ଝାଡ଼ଖଣ୍ଡ ଏବଂ ପଞ୍ଜାବରେ ଉପଲବ୍ଧ ହେଉଥିବାବେଳେ ଏବେ ଓଡ଼ିଶାରେ ଉପଲବ୍ଧ ହୋଇଛି।