Odisha Link
Bridging the Missing Links in Odisha

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ

ଓଏଲ୍‌ ବ୍ୟୁରୋ: ପୁଣି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅମିତ ଶାହଙ୍କ ୨ ଦିନିଆ ଓଡ଼ିଶା ଗସ୍ତ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ୨୮, ୨୯ ଓ ୩୦ ଭିତରୁ ଦୁଇ ଦିନ ଓଡ଼ିଶା ଆସିବେ ଶାହ।

ଭୁବନେଶ୍ବରରେ ବିଧାୟକଙ୍କ ଟ୍ରିନିଂ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଗତ ନଭେମ୍ବରରେ ଓଡ଼ିଶାରେ ଆୟୋଜିତ ଡିଜିପି ସମ୍ମିଳନୀରେ ସାମିଲ ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।