Odisha Link
Bridging the Missing Links in Odisha

ଶିମିଳିପାଳ ଜଗିବେ ସଶସ୍ତ୍ର ପୁଲିସ, ଗଠନ ହେବ ନୂଆ ଫୋର୍ସ

ଓଏଲ୍‌ ବ୍ୟୁରୋ: ଶିମିଳିପାଳ ଜଗିବେ ସଶସ୍ତ୍ର ପୁଲିସ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର ପୁଲିସ। ତିଆରି ହେବ ୧୩୧ ଜଣିଆ ଏକ ଡେଡିକେଟେଡ୍ ଆର୍ମଡ୍ ପୁଲିସ୍ ରିଜର୍ଭ କମ୍ପାନୀ। ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ। ଗୋଟିଏ କମ୍ପାନୀ ଆର୍ମଡ ପୋଲିସ ରିଜର୍ଭ(ଏପିଆର) ଫୋର୍ସ ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ରହିବେ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏଜିଙ୍କୁ ଚିଠି ଲେଖଛନ୍ତି। ୧୩୧ ଜଣିଆ ଶସସ୍ତ୍ର ଏପିଆର ଟିମ୍ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ବରେ ରହିବେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।