Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ଦୃଢ଼ୋକ୍ତି: ଧାନର ମାନ କମ୍‌ ଥିଲେ ବି କିଣିବେ ସରକାର

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହିଛି। କିଛି ସ୍ଥାନରେ ଧାନ ଗଜା ହେବା ଆଶଙ୍କା ରହିଛି। ଏପଟେ ଯେତେବେଳେ ଚାଷୀ ଚାହିଁଥିଲା ସେତେବେଳେ ବର୍ଷା ହୋଇନଥିଲା, ଯାହା ଫଳରେ ଧାନ ଫସଲ ନଷ୍ଟ ହୋଇଗଲା। ଆଉ ଏବେ ବର୍ଷାର ଆବଶ୍ୟକ ନ ଥିବାବେଳେ ବର୍ଷା ହୋଇ ସବୁ ପରିବା ଫସଲ ନଷ୍ଟ କରୁଛି। ଯାହାଦ୍ୱାରା ବର୍ତମାନ ଚାଷୀ ହତାସ। ଏହି ପରିସ୍ଥିତିରେ ଧାନର ମାନ କମ୍‌ ଥିଲେ ବି କିଣିବାକୁ ଘୋଷଣା କରିଛନ୍ତି ସରକାର।

ମନ୍ତ୍ରୀ କହିଛନ୍ତି, ଧାନର FAQ ମାନ କମ୍‌ ଥିଲେ ବି ସରକାର କିଣିବେ। ବର୍ଷା ପାଇଁ ଧାନ କ୍ବାଲିଟି କମିଥିଲେ ବି କିଣିବେ ସରକାର। ଏଯାଏଁ ସାଢ଼େ ୭ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ସରିଲାଣି। ଏଥିସହିତ ଟୋକନ୍‌ ଲାପ୍ସ କଲେ ଚାଷୀଙ୍କୁ ଅଧିକ ୧୫ ଦିନ ମହଲତ ମିଳିବ। ଏହାପରେ ମଧ୍ୟ ଓଦା ଧାନ ଶୁଖାଇ ମଣ୍ଡିରେ ବିକ୍ରି ପାଇଁ ଅଧିକ ସମୟ ଦିଆଯିବ। ତେବେ ପାଗ ଖରାପ ଯୋଗୁଁ କିଛି ମଣ୍ଡି ଖୋଲିବା ବିଳମ୍ବ ହେଉଥିବା ମନ୍ତ୍ରୀ କହିଛନ୍ତି।