Odisha Link
Bridging the Missing Links in Odisha

ଗଞ୍ଜାମ ଗସ୍ତରେ ବିରୋଧୀ ଦଳ ନେତା, ଚାଷୀଙ୍କୁ ଭେଟିବା ସହ କ୍ଷୟକ୍ଷତିର କଲେ ଅନୁଧ୍ୟାନ

ଓଏଲ୍‌ ବ୍ୟୁରୋ: ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷତି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ପରେ ମଧ୍ୟ ବିରୋଧୀ ଚାଷୀଙ୍କ ପାଇଁ ଅଂଟାଭିଡ଼ିଛନ୍ତି। ଏହି କ୍ରମରେ ଆଜି ଗଂଜାମ ଗସ୍ତରେ ଯାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେରଗଡ, ହିଂଜିଳି, ଆସିକା, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଅଞ୍ଚଳ ଗସ୍ତ କରି ବର୍ଷାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିବେ ନବୀନ ପଟ୍ଟନାୟକ। ଶେରଗଡରେ ସ୍ଥିତି ପରଖିବା ସହ ଚାଷୀଙ୍କ ଦୁଃଖ ଶୁଣୁଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।