‘୨୦୨୫ ହେବ ସୁଭଦ୍ରା ଯୋଜନାର ବର୍ଷ, ସମସ୍ତ ମା’ ମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା’

ଓଏଲ୍ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଂଚିଛି ଇଂରାଜୀ ବର୍ଷ ୨୦୨୪ ଆଉ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଇଂରାଜୀ ନୂଆ ବର୍ଷ। ନୂଆ ବର୍ଷ ଆଗମନକୁ ସ୍ୱାଗତ କରିବା ସମସ୍ତେ ବିଭିନ୍ନ ଉପାୟରେ ପ୍ରସ୍ତୁତି ଆରମ୍ଭ କରୁଥିବାବେଳେ ବର୍ଷ ଶେଷରେ ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଆବେଦନକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।
୨୦୨୫ ସୁଭଦ୍ରା ଯୋଜନାର ବର୍ଷ ହେବ। ସମସ୍ତ ମା’ ମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା। ୨୦୨୫ରେ ୩ଥର ସୁଭଦ୍ରା ଟଙ୍କା ମିଳିବ। ଜାନୁଆରି ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମାର୍ଚ୍ଚ ୮ ତାରିଖରେ ଏକ ସଙ୍ଗେ ଏକ କୋଟି ମହିଳାଙ୍କୁ ପ୍ରଦାନ କରାଯିବ। ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ସର୍ଭେ ରିପୋର୍ଟ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।