ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଓଡ଼ିଶା ପାଇଁ ୨୫୫ କୋଟି ଘୋଷଣା

ଓଏଲ୍ ବ୍ୟୁରୋ: ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ର ସରକାର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବୈଠକରେ ବିପର୍ଯ୍ୟୟ ପରିଚାଳନା ପାଇଁ ୧୫୫୪.୯୯ କୋଟି ଗୃହୀତ ହୋଇଛି। ୧୫୫୪ କୋଟି ବନ୍ୟା, ବାତ୍ୟା, ମରୁଡି ଭଳି ଦୈବିକ ଦୁର୍ବିପାକରେ ପ୍ରଭାବିତ ହୋଇଥିବା ୫ ରାଜ୍ୟ ପାଇଁ ଘୋଷଣା କରାଯାଇଛି।୧୫୫୪ କୋଟିରୁ ଆନ୍ଧ୍ରପ୍ରଦେଶ ପାଇଁ ୬୦୮.୦୨ କୋଟି, ନାଗାଲାଣ୍ଡ ପାଇଁ ୧୭୦.୯୯ କୋଟି, ଓଡିଶା ପାଇଁ ୨୫୫.୨୪ କୋଟି, ତେଲେଙ୍ଗାନା ପାଇଁ ୨୩୧.୭୫ କୋଟି ଏବଂ ୨୮୮.୯୩ କୋଟି ତ୍ରିପୁରା ପାଇଁ ସହାୟତା ରାଶି ଘୋଷଣା କରାଯାଇଥିବା ସୂଚନା ରହିଛି।