Odisha Link
Bridging the Missing Links in Odisha

ବଢ଼ିଲାନି ବିଦ୍ୟୁତ ଦର, ପ୍ରିପେଡ୍‌ ବିଲ୍‌ରେ ମିଳିବ ରିହାତି

ଓଏଲ୍‌ ବ୍ୟୁରୋ: ବିଦ୍ୟୁତ ଦରକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରାଜ୍ୟରେ ବଢ଼ିଲାନି ବିଦ୍ୟୁତ ଦର। ପୂର୍ବ ଦର ଅପରିବର୍ତ୍ତିତ ଥିବା ନେଇ ସୂଚନା ଦେଇଛି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି)।

ସାଧାରଣ ଗ୍ରାହକଙ୍କ ପାଇଁ ଅପରିବର୍ତ୍ତିତ ରହିବ ବିଦ୍ୟୁତ ଦର ବୋଲି ଓଇଆରସି ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ କରାଯାଇଛି। ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍‌ ଛାଡ଼ ହୋଇଛି। ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା, ଆଉ ପଡ଼ିବନାହିଁ।ସେହିଭଳି ଡିଜିଟାଲ୍ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର ରହିଛି । ପ୍ରିପେଡ୍ ବିଲ୍ ପେମେଣ୍ଟ କଲେ ୪ ପ୍ରତିଶତ ରିହାତି ମିଳିବ ବୋଲି ଘୋଷଣା କରାଯାଇଛି।