ରାଜଧାନୀରୁ ବିଦା ହେବେ ବାଂଲାଦେଶୀ, କାଗଜପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୭୩୮ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲାରେ ବସବାସ କରୁଥିବା ତଥ୍ୟ ସାମ୍ନାକୁ ଆସିଛି। ମୁଖ୍ୟତଃ ଅନୁପ୍ରବେଶକାରୀମାନେ ବିଭିନ୍ନ ଜଳପଥ ଦେଇ ଓଡିଶା ମଧ୍ୟକୁ ପ୍ରବେଶ କରିଥାନ୍ତି।
ସେମାନଙ୍କୁ ଚିହ୍ନଟ କରିବା ପାଇଁ ଓଡିଶା ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଲକ ଏବଂ ପୁଲିସ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନକରି ଓଡିଶାରେ ବେଆଇନ ଭାବେ ବସବାସ କରୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟକରିବା ସହିତ ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ, ଶୀଘ୍ର ଚିହ୍ନଟ ପାଇଁ କମିଶନରେଟ୍ ପୁଲିସ ପକ୍ରିୟା ଆରମ୍ଭ କରିଛି। ସମସ୍ତ ଥାନାକୁ ଅବଗତ କରାଇଲେ ଭୁବନେଶ୍ବର ଡିସିପି। ଏନେଇ ସବୁ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବାଂଲାଦେଶୀ ଭୁବନେଶ୍ବର ଆସି କ’ଣ କରୁଛନ୍ତି ଯାଞ୍ଚ ହେବ। ଆବଶ୍ୟକ କାଗଜପତ୍ର ମଧ୍ୟ ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଛି।