Odisha Link
Bridging the Missing Links in Odisha

ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ପୂର୍ଣ୍ଣ ପେନସନ୍‌, ରାୟ ଶୁଣାଇଲେ CJI

ଓଏଲ୍‌ ବ୍ୟୁରୋ: ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ୍ ପାଇବେ। ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସର୍ବୋଚ୍ଚ ଅଦାଲତ। ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ ପାଇବେ। CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ମିଳିବ ପୂର୍ଣ୍ଣ ପେନସନ। ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି ପୂର୍ଣ୍ଣ ପେନସନ ପାଇବେ ବୋଲି ସ୍ପଷ୍ଟ କରାଯାଇଛି। ଏଣିକି ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ପେନସନ୍‌ ପାର୍ଥକ୍ୟ ରହିବ ନାହିଁ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ବିଚାରପତି ମାନଙ୍କ ମଧ୍ୟରେ ଭେଦଭାବ ସମ୍ବିଧାନର ଧାରା-୧୪ର ଉଲଘଂନ କରୁଛି। ତେଣୁ ସମସ୍ତ ହାଇକୋର୍ଟ ବିରାରପତିଙ୍କୁ ପୂର୍ଣ୍ଣ ପେନସନ ଦିଆଯାଇବା ନେଇ ଆମେ ବିଚାର କରିଛୁ। ସେହିପରି ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ଭେଦଭାବ ହେବା ବି ଠିକ୍ କଥା ନୁହେଁ। ସେହିପରି ଅତିରିକ୍ତ ବିଚାରପତିମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ସମାନ ଭାବେ ସୁବିଧା ସୁଯୋଗ ମିଳିବ। ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ପେନସନ୍‌ ପାର୍ଥକ୍ୟ ମନା।