Odisha Link
Bridging the Missing Links in Odisha

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ମେ’ ଶେଷ ସପ୍ତାହରେ ଲଘୁଚାପ ସମ୍ଭାବନା

ଓଏଲ୍‌ ବ୍ୟୁରୋ: ମେ’ ଶେଷ ସପ୍ତାହରେ ଲଘୁଚାପ ସମ୍ଭାବନା। ଆସନ୍ତା ୨୨ତାରିଖ ବେଳକୁ ଆରବସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଦକ୍ଷିଣପଶ୍ଚିମ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ଦେଖା ଦେଇଛି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମେ’ ୨୧ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବସାଗର ଏବଂ କର୍ଣ୍ଣାଟକ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଘୂର୍ଣ୍ଣିବଳୟ ୨୨ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ଆରବସାଗର ଏବଂ କର୍ଣ୍ଣାଟକ ଉପକୂଳରେ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ସମୟରେ ସମ୍ଭାବ୍ୟ ଲଘୁଚାପ ଉତ୍ତର ଦିଗରେ ଗତି କରିବାର ସମ୍ଭାବନା ରହିଛି।