ରାଜ୍ୟରେ ଖୋଲିବ ୩୦୦ ପିଏମଶ୍ରୀ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଓଏଲ୍ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଯୋଜନା ରହିଛି। ଆସନ୍ତା ଜୁନ ୧୨ ତାରିଖରେ ବିଜେପି ସରକାରଙ୍କ ବର୍ଷେ ପୂର୍ତ୍ତି ସମାରୋହ ଆୟୋଜନ କରାଯିବ। ରିପୋର୍ଟ କାର୍ଡ ଧରି ରାଜ୍ୟର ଏକ କୋଟି ପରିବାର ପାଖରେ ପହଞ୍ଚିବେ। ଜୁନ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ ଚାଲିବ।
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ରିପୋର୍ଟ କାର୍ଡ ଦେବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ। ବର୍ଷକରେ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଅନେକ ଯୋଜନା ଆଣିଛି ଗଣ ଶିକ୍ଷା ବିଭାଗ। NEP ଲାଗୁ , ଶିଶୁ ବାଟିକା ଆରମ୍ଭ, ପିଏମଶ୍ରୀ ସ୍କୁଲ ଆରମ୍ଭ ଯୋଜନା ଲାଗୁ ହୋଇଛି। ୧୬ ହଜାର ଶିକ୍ଷକ ନିଯୁକ୍ତି, ମାଧୋସିଂ ହାତ ଖର୍ଚ୍ଚ ଭଳି ଅନେକ ଯୋଜନା ଲାଗୁ କରାଯାଇଛି। ଏହି ଯୋଜନା ଗୁଡ଼ିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଆଗକୁ ରାଜ୍ୟରେ ଆହୁରି ୩୦୦ ପିଏମଶ୍ରୀ ସ୍କୁଲ ଖୋଲିବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।