ପୋଲାଭରମ୍ ବିବାଦ: ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପିଏମ୍

ଓଏଲ୍ ବ୍ୟୁରୋ: ପୋଲାଭରମ ପ୍ରକଳ୍ପକୁ ନେଇ ଗୋଟିଏ ପରେ ଗୋଟିଏ ପାଦ ମାଡ଼ି ଚାଲିଛି ଆନ୍ଧ୍ରପ୍ରଦେଶ। ଓଡ଼ିଶାର କ୍ଷତିକୁ ଖାତିର ନ କରି ଏବେ ଆଉ ଏକ ନୂଆ ପୋଲାଭରମ ବନକଚାରଲା ଲିଙ୍କ ପ୍ରକଳ୍ପ ପାଇଁ ଆନ୍ଧ୍ର ସରକାର ଏକ ନୂଆ କର୍ପୋରେସନ ଗଠନ କରିଛନ୍ତି। ଜଳହାରଥୀ କର୍ପୋରେସନ ନାଁରେ ଗଠିତ ହୋଇଛି ଏହି କର୍ପୋରେସନ। ଯାହାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛି ସିପିଆଇ। ଏସବୁ ଭିତରେ ପୋଲାଭରମ୍ ପ୍ରକଳ୍ପ ସମସ୍ୟା ଉପରେ ଆଲୋଚନା ହେବ। ପୋଲାଭରମ୍ ପ୍ରକଳ୍ପ ବିବାଦ ନେଇ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମେ’ ୨୮ ତାରିଖରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ। ବୈଠକରେ ଓଡ଼ିଶା, ଛଡ଼ିଶଗଡ଼, ଆନ୍ଧ୍ର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ସାମିଲ ହେବେ।